
ICT School Coordinators Association Odisha


ରାଜ୍ୟରେ 4000 କମ୍ପୁଟର ଶିକ୍ଷକ ଆଜି ଛଟେଇ ହୋଇ ଘରେ ବେକାର ହୋଇ ବସିରହିଛନ୍ତି, ଯେଉଁମାନେ ଦୀର୍ଘ 5ବର୍ଷ ଧରି ସ୍ୱଳ୍ପ ବେତନରେ ଖରା ବର୍ଷା କୁ ଖାତିରି ନକରି ନିଜ ଜୀବନକୁ ବାଜି ଲଗେଇ ଆପଣଙ୍କର ICT ଯୋଜନା କୁ ସଫଳତା ଦେଇଥିଲେ. 5 ବର୍ଷ ଧରି ବିଦ୍ୟାଳୟର ସମସ୍ତ online କାମ କରିବା ସହିତ କୋମଳମତି ଛାତ୍ର ଛାତ୍ରୀ ମାନଙ୍କୁ କମ୍ପୁଟର ଶିକ୍ଷା ପ୍ରଦାନ କରିଆସୁଥିଲେ. ଯାହା ଫଳରେ ଗରିବ ଛାତ୍ର ଛାତ୍ରୀ ମାନେ ଏହି ଶିକ୍ଷାକୁ ଅତି ଆନନ୍ଦ ଉଲ୍ଲାସର ସହିତ ଗ୍ରହଣ କରୁଥିଲେ.ବର୍ତମାନ ଦୁଃଖ ର ବିଷୟ ଏହିକି ଯେ, ଆଜି ସେ ଶିକ୍ଷା ସମ୍ପୂର୍ଣ ଠପ ହେବା ସହିତ କମ୍ପୁଟର କକ୍ଷ ରେ ତାଲା ପଡିରହିଛି ଓ ଆଉ କିଛି ଚୋରି ମଧ୍ୟ ହୋଇଗଲାଣି. ଅନ୍ୟପଟେ କାମ କରୁଥିବା ବିଦ୍ୟାଳୟ ସଂଯୋଜକ ତଥା କମ୍ପୁଟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି ବୟସରେ ବେକାର ହୋଇ ପରିବାର ବୋଝ ସହିତ ମାନସିକ ଭାରସାମ୍ୟ ହରାଇ ସମାଜର ଟାହି ଟାପରା ସାଙ୍ଗ କୁ ଲୋକ ଲଜ୍ୟା ସହି ସହି ଦିନ କାଟୁଛନ୍ତି. ଯାହା କି ଏକ ଦୁଃଖ ର ବିଷୟ, ଯାହାକୁ ଆଖିରେ ଥରୁଟେ ନଦେଖିଲେ କେହି ବିଶ୍ୱାସ କରିବେ ନାହିଁ. ଆଜି ମନରେ ପ୍ରଶ୍ନ ଆସେ, ଏପରି ଦୁଃଖ ଦେଖିବାକୁ କଣ 5 ବର୍ଷ କାମ କରିଥିଲେ କି? ସେମାନେ ଆଜି ପାଇଲେ କଣ ?
ଏଣୁ ବିନୀତ ଅନୁରୋଧ କରିକି ଆପଣ ଦୟାକରି ଏହି 4000 ଗରିବ ପରିବାର ମୁଁହରେ ହସ ଫୁଟାଇଵା ସହିତ, ଯୁବକ ଯୁବତୀ ମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରି ଆପଣଙ୍କ ଶ୍ରେଷ୍ଠତାର ପରିଚୟ ସୃଷ୍ଟି କରନ୍ତୁ. ଆପଣଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟକୁ ଏ ଯୁବକ ସମାଜ ଓ ଲକ୍ଷ ଲକ୍ଷ୍ୟ ଛାତ୍ର ଛାତ୍ରୀ କେବେ ଭୁଲିବ ନାହିଁ. ସଦା ସର୍ବଦା ଆପଣଙ୍କ ନିକଟରେ ଋଣୀ ହୋଇ ରହିବ. ଆଶା କରେ କେବେ ବି ନିରାଶ କରିବେ ନାହିଁ.
ଆପଣଙ୍କର ବିଶ୍ଵସ୍ଥ
ଓଡିଶା ସ୍କୁଲ କୋଡିନେଟର ସଙ୍ଘ
Comment